ମନ ତୁ ଯା ରେ, ଦେଖି ଫେରି ଆ ରେ 
ମହିରେ ମହିମା ନାମ କଲେ ଯାହା ରେ
ଯେ ଦିନୁ ସେ ଅରୂପ ଅନ୍ତରଧ୍ୟାନେ ହେଲେ ଗୋପ୍ୟ 
ଧର୍ମ ରହି ଅଛି ସାଖି ବୁଦ୍ଧ କାୟା ରେ 
ଜମ୍ମୁ ଦୀପେ ଫେରି ଫେରି ଆଜ୍ଞା କରିଛନ୍ତି ଜାରି 
ରହିଛନ୍ତି ଲୁଚିକରି ପ୍ରତକ୍ଷ୍ୟ ରେ ଚାହାଁ ରେ 
					-କ୍ରାନ୍ତି କବି ଭୀମ ଭୋଇ


 